୪ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ଓ ଉତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଆସନ୍ତାକାଲି ସୁନ୍ଦରଗଡ, ମୟୂରଭଞ୍ଜ, ଦେବଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା ଓ ବରଗଡ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨ ତାରିଖ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏନେଇ ତିନିଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଗତ ୨୪ ଘଂଟା ମଧ୍ୟରେ ନୟାଗଡ ୫୦ ମିମି ବର୍ଷା ହୋଇଥିବା ବେଳେ ବାରିପଦା ୩୪.୨ମିମି, ବଲାଙ୍ଗୀର ୨୭ ମିମି, ବୌଦ୍ଧ ୨୧ ମିମି, ଭୁବନେଶ୍ୱର ଓ କଟକରେ ୧୮ ମିମି, ସମ୍ବଲପୁର ୧୩ ମିମି, ଫୁଲବାଣୀ ୧୧.୪ ମିମି, ବାଲେଶ୍ୱରରେ ୧୧ ମିମି ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.

15 − 10 =