୯ ଜିଲ୍ଲାରେ ସେରୋଲଜିକାଲ ସର୍ଭେ

ଭୁବନେଶ୍ୱର- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୯ ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ପୁରୀ, ଭୁବନେଶ୍ୱର, କଟକ ପୁରୀ ଜିଲ୍ଲା ସମେତ ୯ ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି । ଏହାସହ ପୌର, ପରିବହନ,ପୁଲିସ କର୍ମଚାରୀଙ୍କ ମଧ୍ୟ ସର୍ଭେ ହେବ । କମ୍ୟୁନିଟି ମଧ୍ୟ ଲୋକଙ୍କୁ ବାଛି ସେମାନଙ୍କ ସର୍ଭେ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେର ପରିସରଭୁକ୍ତ କରାଯାଇଛି । କଟକ ସିଡିଏ ସେକ୍ଟର ୯ରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସେହି ଅଂଚଳକୁ କଟେନମେଂଟ ଜୋନ ଘୋଷଣା କରିଛି କଟକ ମହାନଗର ନଗମ । ସେହିପରି କଟକ ଜିଲ୍ଲା ବଡମ୍ବାରୁ ୨ ଆକ୍ରାନ୍ତ ଚିହ୍ନଟ ହେବାପରେ ୭୨ ଘଂଟା ପାଇଁ କଂଟେନମେଂଟ ଘୋଷଣା କରିଛି ପ୍ରଶାସନ ।

Leave A Reply

Your email address will not be published.

20 − 4 =