ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ

କେନ୍ଦ୍ରାପଡା- ଆଳି ବ୍ଳକ ବଡାମ୍ବିଳା ପଂଚାୟତ ନମୌଜା ହାଇସ୍କୁଲ ଓ ବଡାମ୍ବିଳା ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ ପାଳିତ ହୋଇଯାଇଛି । ସଙ୍ଗରୋଧର ନିଃସଙ୍ଗତାକୁ ଦୂର କରିବା ପାଇଁ ବଡାମ୍ବିଳା ସରପଂଚ ଭରତ ସେଠୀ, ପଂଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ, ସମାଜସେବୀ ପ୍ରଦୁ୍ୟମ୍ନ କୁମାର ଦାଶ ସାମାଜିକ ଦୂରତା ମଧ୍ୟରେ ରଜ ପର୍ବ ଆୟୋଜନ କରିଥିଲେ ।ମହିଳା ମାନଙ୍କୁ ନୂଆ ଶାଢି, ଶଙ୍ଗା, ସିନ୍ଦୂର, ଅଳତା, ଚନ୍ଦନ ସହିତ ପୁରୁଷ ଓ ଶିଶୁମାନଙ୍କୁ ନୂଆବସ୍ତ୍ର ଦିଆଯାଇଥିଲା । ତାହା ସହିତ ସ୍ୱାଦିଷ୍ଟ ପିଠାପଣା ସହିତ ଆମ୍ବ, ପଣସ, କଦଳୀ ଆଦି ଫଳର ଖାଦ୍ୟ ଦିଆଯାଇଥିଲା । ସାମାଜିକ ସୂରତ୍ୱା ରକ୍ଷା କରି ଅନ୍ତେବାସୀମାନେ ପରରସ୍ପରକୁ ଅଭିନନ୍ଦନ ଜଣାଇ କରୋନା ମୁକ୍ତ ଜୀବନ ପାଇଁ ଶୁଭକାମନା କରିଥିଲେ ।

Leave A Reply

Your email address will not be published.

18 − 7 =