ସୀମାନ୍ତରେ ପୁଣି ୩ଟି ପାକ୍ ଡ୍ରୋନ୍‌

ଜମ୍ମୁ: କ୍ରମାଗତ ଚତୁର୍ଥ ଦିନରେ ଜମ୍ମୁର ତିନୋଟି ସ୍ଥାନରେ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଛି । ଗତ ରାତିର ଦ୍ୱିତୀୟାର୍ଦ୍ଧର ଶେଷ ଆଡ଼କୁ ଏହି ଡ୍ରୋନ୍‌ଗୁଡ଼ିକ ଜମ୍ମୁ ଅଞ୍ଚଳର ମିରନ୍ ସାହିବ, କାଲୁଚକ ଏବଂ କୁଞ୍ଜୱାନି ଅଞ୍ଚଳ ଆକାଶରେ ଉଡୁଥିଲେ । ଏହି ଘଟଣା ପରେ ସମଗ୍ର ଜାମ୍ମୁକାଶ୍ମୀରରେ କଡା ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାହାନ୍ତା ପ୍ରାୟ ୪.୪୦ ମିନିଟ୍‌ରେ କାଲୁଚକରେ ଗୋଟାଏ ଅଜ୍ଞାତ ଡ୍ରୋନ୍ ଉଡୁଥିଲା । ପାହାନ୍ତ ୪.୫୨ ମିନିଟ୍‌ରେ ଜମ୍ମୁର କୁଞ୍ଜୱାନି ଅଞ୍ଚଳରେ ଥିବା ବାୟୁସେନା ଷ୍ଟେସନ୍ ସିଗ୍‌ନାଲ୍ ପାଖରେ ଅନ୍ୟ ଏକ ଉଡ଼ନ୍ତା ଡ୍ରୋନ୍ ଦେଖାଯାଇଥିଲା । ପ୍ରତିରକ୍ଷା ଛାଉଣି ଅଞ୍ଚଳ ନିକଟରେ ଏହି ଡ୍ରୋନ୍ ସବୁ ଉଡୁଥିବା ଲକ୍ଷ୍ୟ କରାଯାଉଛି ।
ସୂଚନାଯୋଗ୍ୟ, ଗତ ଚାରିଦିନ ହେବ ଜମ୍ମୁ ଅନ୍ତର୍ଗତ ସାମରିକ ଛାଉଣିଗୁଡ଼ିକ ନିକଟରେ ଅନ୍ୟୂନ ୭ଟି ଡ୍ରୋନ୍ ଉଡୁଥିବା ଦେଖାଗଲାଣି । ଜୁନ୍ ୨୭ ତାରିଖ ଦିନ ଦୁଇଟି ଡ୍ରୋନ୍ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ୍‌ରେ ଦୁଇଟି ବୋମା ଫିଙ୍ଗିଥିଲେ । ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ସାମରିକ ଆଡ୍ଡା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ପ୍ରଥମ ଡ୍ରୋନ୍ ଆକ୍ରମଣ ।

Leave A Reply

Your email address will not be published.

20 − 17 =