ଭାରତ-ଚୀନ୍ ସୀମା ପରିସ୍ଥିତି ସମୀକ୍ଷା କଲେ ଡୋଭାଲ୍

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ଚୀନ୍ ସୀମା ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବାର ସମ୍ଭାବନା ଥିବା ଜଣାପଡିଛି। ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ ପାଙ୍ଗୋଙ୍ଗ ନିକଟ ଭାରତୀୟ ଅଞ୍ଚଳରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ରୋକିବା ପରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ ଭାରତୀୟ ସେନାର ବ୍ରିଗେଡ୍ କମାଣ୍ଡର ଓ ଚୀନ୍ ପ୍ରତିପକ୍ଷ ମଧ୍ୟରେ ଚୁସୁଲରେ ବୈଠକ ଚାଲିଥିବା ଭାରତୀୟ ସେନା ସୂଚନା ଦେଇଛି। ସେନା ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ ଅଗଷ୍ଟ ୨୯/୩୦ ରାତିରେ ସୃଷ୍ଟ ବିବାଦ ସମୟରେ ଚୀନ ସେନା ପୂର୍ବ ବୁଝାମଣା ଉଲ୍ଲଙ୍ଘନ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ମାସରୁ ସୀମା ସମସ୍ୟାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି।

Leave A Reply

Your email address will not be published.

three × three =