ଅବପାତ ରୂପ ନେବ ‘ଆମ୍ଫନ’

ଭୁବନେଶ୍ୱର: ଅବପାତ ରୂପ ନେବ ଲଘୁଚାପ ଆମ୍ଫନ ।ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ଏହା ଉତ୍ର ପଶ୍ଚିମ ଦିଗକୁ ଗତି କରିବା ସହ ୧୭ ତାରିଖ ସଂନ୍ଧ୍ୟାରେ ଦିଗ ବଦଳାଇ ଉତ୍ର ପୂର୍ବ ଦିଗକୁ ଗତି କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ ଫଲ୍ କରିବ ତାହା ଜଣା ପଡ଼ିନାହିଁ । ବନ୍ୟାର ଆଶଙ୍କା ନଥିବାବେଳେ ବାତ୍ୟା ସ୍ଥିତି ଉପୁଜିଲେ ସରକାର ସଂମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର । ବାତ୍ୟା ଯୋଗୁ ଉତ୍ର ଓଡ଼ିଶା ପ୍ରଭାବିତ ହୋଇପାରୋ ଏଥିପାଇଁ ୧୨ ଜିଲ୍ଲା କୁ ସତର୍କ କରାଯାଇଥିବା ବେଳେ ବାଲେଶ୍ୱର , ଭବ୍ରକ,ଜଗତସିଂହପୁର ,କେନ୍ଦ୍ରାପଡ଼ାର ଜିଳ୍ଳାପାଳଙ୍କ ସହ ବାତ୍ୟା ମୁକାବିଲା ନେଇ ବିଶେଷ ଅଲୋଚନା କରାଯାଇଛି । ବାତ୍ୟା ପାଇଁ ସଂମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମବାୟ , ଶକ୍ତି ,ଜଳ ସମ୍ପଦ ବିଭାଗକୁ ସୂଚନା ଦିଆଯାଇଛି । ୧୫ରୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି ।

Leave A Reply

Your email address will not be published.

5 + 14 =