ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ ପୁଷ୍ଟି ସାଧନ ନିମନ୍ତେ ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଅଣ୍ଡା ଓ ଛତୁଆ ପରି ସୁଷମ ଖାଦ୍ୟ ଦିଆଯାଉଥିଲା। ଖୁବ୍ଶୀଘ୍ର ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଚୁନା ମାଛ।ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏହା ଦିଆଯିବ। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଏହାକୁ ଅଙ୍ଗନବାଡ଼ି କେନ୍ଦ୍ରରେ ସାମିଲ କରାଯିବ।ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯିବ । ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୁନା ମାଛ ଯୋଗାଇ ଦିଆଯିବ ।