ସେନା ଉପମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଆ ଲେଫ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି

ଭୁବନେଶ୍ୱର: ଓଡ଼ିଆ ଅଫିସର ଲେଫ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଆଜି ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ହେବେ ଦେଶର ୪୨ତମ ସେନା ଉପମୁଖ୍ୟ । ୧୯୮୨ ମସିହାରେ ରେଜିମେଂଟର ଦ୍ୱିତୀୟ ଲେଫ୍ଟନାଂଟ ଭାବେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ନିଜର ୩୮ ବର୍ଷର କ୍ୟାରିୟର ମଧ୍ୟରେ ପାକିସ୍ତାନ ଓ ଚୀନ ସୀମା ସହିତ ଅନେକ ଅପରେସନରେ ସେ ଆଗଧାଡିରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।ଏହାଛଡା ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟାଟେଜିକ୍ ମୁଭେମେଂଟରେ ମହାନିଦେ୍ର୍ଧଶକ ଭାବେ ସେ ନିଯୁକ୍ତି ହୋଇଥିଲେ । ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଜୟବଡରେ ଜନ୍ମିତ ଲେଫ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତମାନ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ ରହିଛନ୍ତି । ସତିନ୍ଦର କୁମାର ସାଇନି ଭାରତୀୟ ସେନା ଉପମୁଖ୍ୟ ପଦରୁ ଗତକାଲି ଅବସର ଗ୍ରହଣ କରିଛନ୍ତି ।ତାଙ୍କ ସ୍ଥାନରେ ଚଣ୍ଡିପ୍ରସାଦ ସେନା ଉମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।ଏହା ସହିତ ସେ ପ୍ରଥମ ସଡ଼ିଆ ଭାବେ ସେନାରେ ଏହି ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି ।ଯାହା ଓଡ଼ିଶା ।ଇଁ ଗର୍ବ ଓ ଗୌରବର କଥା

Leave A Reply

Your email address will not be published.

17 − 8 =