ଭୁବନେଶ୍ୱର-ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ ଅଫିସର ଅଶୋକ ସାହୁଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି । କଟକ ପିଠାପୁରସ୍ଥିତ ବାସଭବନରେ ତାଙ୍କ ବିୟୋଗ ହୋଇଛି । ଅସୁସ୍ଥତା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କଥା ପରିବାର ଲୋକେ କହିଛନ୍ତି । ସେ ଆସାମର ଅତିରିକ୍ତ ପୋଲିସ ଡିଜି ଭାବେ ନିଯୁକ୍ତି ହୋଇଥିଲେ । ଡିଜି ପଦବୀରୁ ସେ ସ୍ୱେଛାକୃତ ଭାବେ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ ।