ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ସିଆର୍‌ପିଏଫ୍ ଯବାନ ସହିଦ, ୩ ଆହତ

ଶ୍ରୀନଗର: ସୋମବାର ଅପରାହ୍ଣ ପ୍ରାୟ ୧୨:୫୦ରେ ଦକ୍ଷିଣ କଶ୍ମୀରର ପାମ୍ପୋର ଅନ୍ତର୍ଗତ କାନ୍ଦିଜାଲ ସେତୁ ନିକଟରେ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଅନ୍ୟୂନ ୨ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସିଆର୍‌ପିଏଫ୍ ୧୧୦ ବାଟାଲିୟାନ୍‌ର ଏହି ଯବାନମାନେ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସହ ମିଶି ପୁଲ୍‌ୱାମା ଜିଲ୍ଲର ପାମ୍ପୋର୍‌ରେ ଥିବା କାନ୍ଦିଜାଲ ସେତୁ ନିକଟରେ ‘ରୋଡ୍‌ ଓପେନିଙ୍ଗ୍’ ଡିୟୁଟି କରୁଥିଲେ। ଏହି ସମୟରେ ଦଳେ ଆତଙ୍କବାଦୀ ସେମାନଙ୍କ ଉପ‌ରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ୫ ଜଣ ସିଆର୍‌ପିଏଫ୍ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଦୁଇଜଣ ଆହତ ଯବାନ ସହିଦ ହୋଇଯାଇଥିଲେ। ଏବେ ବାକି ୩ଜଣ ଶ୍ରୀନଗରସ୍ଥିତ ସେନା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.

eleven + 5 =