୭୩ ବର୍ଷ ପରେ ପହଁଚିଲା ବିଜୁଳି

ଅକୋଲା: ସ୍ୱାଧୀନତାର ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ବିଜୁଳି ପହଁଚିବା ପରେ ଲୋକେମାନେ ଖୁସି ମନାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ଆଦିବାସୀ ଗାଁ ନଭି ତଲାଇରେ । ନଭି ତଲାଇର ଲୋକମାନେ ପୂର୍ବରୁ ଅମରାବତୀ ଜିଲ୍ଲାର ମେଲଘାଟ ବାଘ ପରିଯୋଜନାର ମୁଖ୍ୟ କ୍ଷେତ୍ରରେ ରହୁଥିଲେ । ସେ ସ୍ଥାନରେ ମଧ୍ୟ ବିଜୁଳି ନଥିଲା । ୨୦୧୮ ରେ ସେମାନଙ୍କୁ ସ୍ଥାନାନ୍ତର କରି ନଭି ତଲାଇକୁ ଅଣାଗଲା । ଏହି ଗାଁ ରେ ୫୪୦ ଜଣ ଲୋକ ବାସ କରୁଛନ୍ତି । ସାମାଜିକ କର୍ମୀ ଗୋପାଳ କୋହ୍ଲେ ଓ ବିଧାନ ପରିଷଦ ସଦସ୍ୟ ଅମୋଲ ମିତକାରୀ ଲଗାତାର ଏହି ବିଷୟରେ ସରକାରଙ୍କୁ ଜଣାଇବା ପରେ ଗାଁକୁ ଲାଇନ୍ ଆସିଥିଲା ।

Leave A Reply

Your email address will not be published.

8 + two =