ବାଲେଶ୍ୱର- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଯୋଗୁଁ ଏହି ଜିଲ୍ଲାକୁ ପୁଣି ଥରେ ସଟଡାଉନ ଘୋଷଣା ନିଷ୍ପତିକୁ ନେଇ ୨ ବ୍ୟବସାୟିକ ସଂଘ ମୁହାଁମୁହିଁ ହୋଇଛନ୍ତି । ଚାମ୍ବର ଅଫ ଇଣ୍ଡଷ୍ଟି୍ର ଆଣ୍ଡ କମର୍ସ ସମର୍ଥନ କରିଥିବା ବେଳେ ବିରୋଧ କରିଛି କପଡା ଦୋକାନୀ ସଂଘ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନାଯୋଗ୍ୟ ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ କମର୍ସ ନେତୃତ୍ୱରେ ଥିବା ୧୫ଟି ବ୍ୟବସାୟୀ ସଂଘ ଏକତ୍ରିତ ହୋଇ ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭ରୁ ଦୋକାନବଜାର ବନ୍ଦ କରବିାକୁ ନିଷ୍ପତି ନେଇଥିଲେ । କିନ୍ତୁ କପଡା ଦୋକାନୀ ସଂଘ ଏହାକୁ ସଂପୂର୍ଣ୍ଣ ରୂପେ ବିରୋଧ କରିଥିଲେ ।