ରାଷ୍ଟ୍ରୀୟ ସଂଙ୍ଗୀତର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଷ୍ଟ୍ରିୟ ସଂଙ୍ଗୀତ “ବନ୍ଦେ ମାତରମ୍”ର ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚାଟାର୍ଜିଙ୍କର ୧୮୨ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ୧୮୩୮ମସିହା ଜୁନ୨୭ ତାରିଖରେ ପଶ୍ଚିମ ବଙ୍ଗଳାର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କଂଠଲପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମେଦିନପୁରରେ ପ୍ରାଥମିକ ଶିକ୍ଷା ସମାପନ ପରେ ହୁଗୁଳିର ମୋହସୀନ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଆରମ୍ଭ କିରଥିଲେ । ସେ ଥଲେ ଜଣେ ମେଧାବୀ ଛାତ୍ର । ସଂସ୍କୃତ ପାଠରେ ମଧ୍ୟ ଅଧିକ ରୁଚି ଥିଲା । କବିତା ଏବଂ ଉପନ୍ୟାସରେ ସେ ଅତ୍ୟନ୍ତ ଦକ୍ଷ ଥିଲେ । ୧୮୬୫ ମସିହାରେ ତାଙ୍କର ପ୍ରଥମ ରଚନା ‘ଦୁର୍ଗେଶନନ୍ଦୀନି’ ବଙ୍ଗଳା ଭାଷାରେ ପ୍ରକାଶ ପାଇଥିଲା । ତାଙ୍କର ରଚନା ଗୁଡ଼ିକ ମଧ୍ୟରେ କପାଳକୁଣ୍ଡଳା , ମୃଣାଳିନୀ , ବିଷ ବୃକ୍ଷ , ଚନ୍ଦ୍ର ଶେଖର , ରଜନୀ , ରାଜାସିଂହ , ଦେବୀଚୈାଧୁରାଣୀ ଅନ୍ୟତମ ।୧୮୭୨ ରେ ମାସିକ ପତ୍ରିକା ‘ବଙ୍ଗଦର୍ଶନ’ର ପ୍ରକାଶନ ମଧ୍ୟ କରିଥିଲେ । ୧୮୮୨ ରେ ପ୍ରକାଶିତ “ଆନନ୍ଦମଠ” ତାଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ । ଏହା ମଧ୍ୟରୁ ବନ୍ଦେ ମାତରମ୍ ପ୍ରସିଦ୍ଧ ସଂଙ୍ଗୀତକୁ ଉଦ୍ଧୃତ କରାଯାଇଛି । ଏହି ସଂଙ୍ଗୀତ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଏକତାକୁ ଆହ୍ୱାନ ଦେଇଥାଏ । ଏହି ସଙ୍ଗୀତକୁ ନିଜେ ରବିନ୍ଦ୍ରନାଥ ଟାଗୋରା ସଂଙ୍ଗୀତବଦ୍ଧ କରିଥିଲେ । ୧୧ ବର୍ଷରେ ବଙ୍କିମ ଚନ୍ଦ୍ରଙ୍କ ବିବାହ ହୋଇଥିଲା । ତେବେ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ୨ୟ ବିବାହ କରିଥିଲେ । ୮ ଏପ୍ରିଲ ୧ ୮୯୪ରେ ଏହି ବରିଷ୍ଠ ଦେଶପ୍ରେମୀ ଓ ଦେଶସେବୀଙ୍କ ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.

four × 4 =