ଭୁବନେଶ୍ୱର- ଏଣିକି ରେଷ୍ଟୁରାଂଟରେ ବସି ଖାଇପାରିବେ ଜନସାଧାରଣ । ରାଜ୍ୟବ୍ୟାପୀ ବାର ଓ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ପର୍ଯ୍ୟଟନ ନିର୍ଦେଶକ ତଥା ଅତିରିକ୍ତ ସଚିବ ସଚିନ ରାମଚନ୍ଦ୍ର ଯାଦବ ଓଡିଶା ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ, ପଶ୍ଚିମଓଡିଶା ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ, ସମ୍ବଲପୁର ,ଝାରସୁଗୁଡା ଓ ରାଉଲକେଲା ଆସୋସିଏସନକୁ ଧାରା -୨ ଆଧାରରେ ଏସଓପି ପାଳନ କରି ରେଷ୍ଟୁରାଂଟ ଖୋଲିବାକୁ ପରାମର୍ଶ ଦେଇଛନ୍ତି । କଂଟମେଂଟ ଘୋଷଣା ହୋଇଥିବା ଅଂଚଳରେ ବାର-ରେଷ୍ଟୁରାଂଟ ଖୋଲିବ ଉପରେ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ।