ଭୁବନେଶ୍ୱର- ଭୁବନେଶ୍ୱର ତହସିଲଦାର ସମେତ ଅନ୍ୟ ୯ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ସଂପୂର୍ଣ୍ଣ ସନିଟାଇଜିଂ କରିଯିବ । ସବ ରେଜିଷ୍ଟ୍ରର ଓ ସବ୍ କଲେକ୍ଟର ଅଫିସରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ନଯିବା ପାଇଁ ବାରଣ କରାଯାଇଛି । ତହସିଲ ଅଫିସ, ସବ କଲେକ୍ଟର ଅଫିସ ଓ ସବ୍ ରେଜିଷ୍ଟ୍ରର ଅଫିସର ୯୯ ପ୍ରତିଶତ କର୍ମଚାରୀଙ୍କ କରେନା ଟେଷ୍ଟ କରାଯାଇଥିଲା ।