ଭଦ୍ରକ: କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଭଦ୍ରକ ବ୍ଲକ ଅନ୍ତର୍ଗତ କୁଡବରୁଆଁ ପଂଚାୟତର ସରପଂଚ ପଲ୍ଲିସଭା ଡାକିବାକୁ ନେଇ ଆଜି ସକାଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୩ଜଣ ଆହତ ହୋଇଛନ୍ତିି ।
କୋଡବରୁଆ ପଂଚାୟତର କୋଡଗମ୍ଭିର ଗ୍ରାମରେ ପଂଚାୟତ ସଂପାଦକ ତାପସ କୁମାର ଦାସ ସରପଂଚ କାଳନ୍ଦୀ ଜେନା ଓ ତାଙ୍କ ସମର୍ଥକମାନଙ୍କୁ ନେଇ ପଲ୍ଲୀସଭା କରୁଥିଲେ । କରୋନା ପାଇଁ ରାଜ୍ୟ ସରକାର ସମସ୍ତ ସଭାସମିତିକୁ ବନ୍ଦ ରଖିଥିବା ବେଳେ ଏଠାରେ କିପରି ପଲ୍ଲୀସଭା ହେଉଛି ବୋଲି ଆଉ ଏକ ଗୋଷ୍ଠୀ ସରପଂଚଙ୍କୁ ପ୍ରଶ୍ନ କରିଥିଲେ । ଏହି ଠାରୁ ହିଁ ପ୍ରଥମେ ବଚସା ଓ ପରେ ପରେ ସରପଂଚଙ୍କ କିଛି ସମର୍ଥକ ଲୁହା ରଡ ଓ ଠେଙ୍ଗାରେ ଅପର ଗୋଷ୍ଠୀର ସମର୍ଥକଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଖବର ପାଇଁ ପୁଲିସ ଗାଁରେ ପହଂଚି ଆହତ ବିଶ୍ୱନାଥ ମହାରଣା, କୁନ ନାୟକ ଓ ଗୋପାଳ ଜେନାଙ୍କୁ ଡାକ୍ତରଖାନା ପଠାଇଥିଲେ । ସରକାରୀ ଅନୁମତି ନ ନେଇ ସରକାରୀ କର୍ମଚାରୀ ଏହି ଲକଡାଉନ ବେଳେ ପଲ୍ଲୀସଭା ଡାକିଥିଲେ କାହିଁକି ତାହା ସାଧାରଣରେ ପ୍ରଶ୍ନବାଚୀ ସ୍ୱଷ୍ଟି କରିଛି ।