ପଟ୍ଟମୁଣ୍ଡାଇ- ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ତେବେ ସମସ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କେବେଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି । ଯେଉଁମାନେ ରାତ୍ରୀ ଯାପନ କରିବେ ସେମାନେ ଓଡିଶା ଇକୋ ଟୁରିଜିମରେ ଅନଲାଇନରେ ବୁକ କରିପାରିବେ । କଟେଜ ଓ ବୋଟଗୁଡିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।