ବିହାର- କରୋନା କଟକଣା ଭିତରେ ବାଜିଲା ବିହାର ନିର୍ବାଚନ ବିଗୁଲ । ଏଥିପାଇଁ ନିର୍ବାଚନ କମିଶନର ପକ୍ଷରୁ ଜରି ହେଲା ନୂଆ ଗାଇଡଲାଇନ । ମୁକ୍ତ, ଅବାଧ ଓ ସୁରକ୍ଷିତ ଭାବେ ନିର୍ବାଚନ କରିବା ପାଇଁ କଶିନର କହିଛନ୍ତି । ଯେଉଁ ପ୍ରାର୍ଥୀ ମାନେ ଭୋଟ ଦେବା ପାଇଁ ଆସିବେ ସେମାନଙ୍କର ଥର୍ରମାଲ ସ୍କ୍ରାନିଂ , ହାତ ସାନିଟାଇଜିଂଙ୍ଗ ଓ ମୁହଁରେ ମାକ୍ସ ବାନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ଓ ସମାଜିକ ଦୂରତା ରକ୍ଷା କରିବା ପାଇଁ କମିଶନର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଘରକୁ ଘର ବୁଲି କ୍ୟାମ୍ପେନିଙ୍ଗ କରିବା ପାଇଁ ୫ଜଣ ବ୍ୟକ୍ତି ଯିବେ ଏବଂ ରେଡ ସୋରେ ୫ଟା ଗାଡିରେ ୧୦ ଜଣ ଯିବେ । ସେମାନଙ୍କ ଭିତରେ ୧୦୦ ମିଟର ଦୂରତା ରହିବ ଓ ଅଧଘଂଟା ଧରି ଏହି ସୋ ଚାଲିବ ବୋଲି କମିଶନର ନିର୍ଦେଶ ଦେଇଛନ୍ତି । କରୋନାରେ ଆକ୍ରାନ୍ତଙ୍କ ଥିବା ବ୍ୟକ୍ତି ଭୋଟ ଦେଇ ପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି । ୩ଟି ପର୍ଯ୍ୟାୟରେ ନିବାର୍ଚନ ହେବାକୁ ଯାଉଛି । ଅକ୍ଟୋବର ୨୮ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ନଭେମ୍ବର ୩ରେ ଦ୍ୱିତୀୟ ଓ ୭ରେ ତୃତୀୟ ପର୍ଯ୍ୟାୟ ଭୋଟ ହେବ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ ।