ମୁମ୍ବାଇ- କଙ୍ଗନାଙ୍କ ଅଫିସ ସାମ୍ନାରେ ବିଏମସି ନୋଟିସ ଲଗାଇଛି । କଙ୍ଗନାଙ୍କ ଅଫିସ ବେଆଇନ ଭାବେ ନିର୍ମାଣ କରାଯାଇଛି ଏବଂ ବାଲକୋନୀକୁ ରୁମ ଭଳିଆ କରାଯାଇଛି । ସେହିଭଳି ଅନ୍ୟାନ୍ୟ ନିୟମକୁ ବି ଉଲ୍ଲଂଘନ କରିଛନ୍ତି ବୋଲି ବିଏମସି ତାଙ୍କ ନେଟିସରେ ଉଲ୍ଲେଖ କରିଛନ୍ତି । କଙ୍ଗନା କହିଛନ୍ତି ସେମାନେ ତାଙ୍କ ଅଫିସ ଭିତରକୁ ଜୋରଜବରଦସ୍ତି ପଶିଆସି ମାପଚୁପ କରିଥିଲେ । ପୋଡଶୀମାନେ ଏହାକୁ ବିରୋଧ କରୁଥିବାରୁ ସେମାନଙ୍କୁ ହଇରାଣ କରିଥିଲେ । ମ୍ୟାଡମ ଯାହା ସବୁ କରିଛନ୍ତି ତା ଭୋଗିବାକୁ ପଡିବ ବୋଲି ବିଏମସି ଅଧିକାରୀ କହିଥିଲେ । ଏତଦ ବ୍ୟତିତ ମଙ୍ଗଳବାର ଦିନ ତାଙ୍କ ଅଫିସ ଭାଙ୍ଗିବାକୁ ମଧ୍ୟ ଧମକ ଦେଇଥିଲେ ।