ପ୍ରଥମେ ବନ୍ଧା ହେଲେ ଏବେ ନିଲମ୍ବିତ


ବଲାଙ୍ଗିର- ଜିଳ୍ଲାପାଳ କ୍ଷମତା ଦେଖିଇ ଆଦିବାସୀଙ୍କ ଘର ଭାଙ୍ଗିବା ଅଭିଯୋଗରେ ପ୍ରଥମେ ବନ୍ଧା ହେଲେ ଓ ଏବେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ପଂଚାୟତ ସରପଂଚ ହେମକାନ୍ତି ମୁଣ୍ଡା । ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ ପଂଚାୟତ ରାଜ ବିଭାଗ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ ସମୟରେ ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲା । ସରପଂଚ ହେମକାନ୍ତି ମୁଣ୍ଡା ଜିଲ୍ଲପାଳ କ୍ଷମତାର ଅପବ୍ୟବହାର କରି ୬ ଆଦିବାସୀ ପରିବାରକୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ । ସରପଂଚଙ୍କ ଏହି ଦବଙ୍ଗଗିରି କାର୍ଯ୍ୟ ବିରୋଧରେ ଲୋଇସିଂହା ଥାନାରେ ଏତଲା ଦାଏର ହୋଇଥିଲା । ପରେ ସଂପୃକ୍ତ ସରପଂଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା । ଆଜି ସରପଂଚ ହେମକାନ୍ତି ମୁଣ୍ଡାଙ୍କୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.

seven − 1 =