ମୁମ୍ବାଇ: ବଲିଉଡରେ ପୁର୍ନବାର ମୁଣ୍ଡ ଟେକିଛି କାଷ୍ଟିଂ କାଉଚ ବିବାଦ । ନିଦେ୍ର୍ଧଶକ ସାଜିତ ଖାଁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମଡେଲ । ମଡେଲଙ୍କ କହିବା ଅନୁସାରେ , ସାଜିଦ ତାଙ୍କୁ ନିଜ ସିନେମା ହାଉସଫୁଲ-୪ ରେ ଅଭିନୟ ସୁଯୋଗ ଦେବା ପାଇଁ ଆପତିଜନକ କାର୍ଯ୍ୟର ପ୍ରଲୋଭନ ଦେଖାଇଥିଲେ । ତାଙ୍କ ୂସମ୍ମୁଖରେ ପୋଷାକ ଖୋଲିବାକୁ କହିବା ସହ ଶରୀରର ସମ୍ବେଦନଶୀଳ ସ୍ଥାନରେ ହସ୍ତଚାଳନା କରିଥିଲେ ବୋଲି ସମ୍ପୃକ୍ତ ମଡେଲ ନିଜ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ ‘ବଲିଉଡରେ ମୋର କେହି ଗଡଫାଦର ନାହାନ୍ତି । ମୋତେ ନିଜ ଗୋଡ଼ରେ ଛିଡା ହେବା ସହ ପରିବାର ଚଳାଇବା ପାଇଁ ରୋଜଗାର କରିବାକୁ ପଡେ । କିଛି ଲୋକ ଏଥିରୁ ଫାଇଦା ଉଠାଇବା ଉଦ୍ୟମ କରିଛନ୍ତି ।୨୦୧୮ ରେ ମୋତେ ୧୭ ବର୍ଷ ହୋଇଥିବା ସମୟରେ ସାଜିଦ ଅସଦାଆଚରଣ କରିବା ସହ ବିଭିନ୍ନ ଭାବରେ ଯୌନ୍ୟ ନିର୍ଯ୍ୟାତନା ଦେଇଥିଲେ । ତେବେ ଏଭଳି ଅପରାଧ ପାଇଁ ସାଜିଦଙ୍କୁ ଜେଲ ପଠାଇବା ଦରକାର ବୋଲି ସେ ଲେଖିଛନ୍ତି ।ସୂଚନାଯୋଗ୍ୟ ଯେ ୨୦୧୮ ରେ ସାଜିଦଙ୍କ ବିରୋଧରେ ଦୁଇ ଅଭିନେତ୍ରୀ ଓ ଜଣେ ମହିଳା ସମ୍ବାଦିକ ଏଭଳି ଅଭିଯୋଗ ଆଣିଥିଲେ । ଯେଉଁଥିପାଇଁ ତାଙ୍କୁ ହାଉସଫୁଲ-୪ ଚଳଚ୍ଚିତ୍ର ହରାଇବାକୁ ପଡ଼ିଥିଲା ।