୫ ବର୍ଷର ଶିଶୁ ୧୩ ମିନିଟରେ ଚଳାଇଲା ୧୧୧ ତୀର

ଚେନ୍ନଇ: ଚେନ୍ନଇରେ ରହୁଥିବା ୫ ବର୍ଷର ଏକ ଝିଅ ଏମିତି କିଛି କରି ଦେଖାଇଛି, ଯାହା ଜଣେ ସାଧାରଣ ମଣିଷର କଳ୍ପନା ବାହାରେ। ୫ ବର୍ଷୀୟା ସଞ୍ଜନା ତୀରନ୍ଦାଜ ବା ତୀର ଚାଳନାରେ ଯେଉଁ ରେକର୍ଡ଼ କରିଛି, ସେପରି ରେକର୍ଡ଼ ପେସାଦାର ଖେଳାଳି ମଧ୍ୟ ଏପର୍ଯ୍ୟନ୍ତ କରିନାହାନ୍ତି। ସୂଚନା ମୁତାବକ, ସ୍ୱାଧୀନତା ଦିବସ ଅବସରରେ ସଞ୍ଜନା ଅନବରତ ଭାବେ ମାତ୍ର ୧୩ ମିନିଟରେ ୧୧୧ ତୀର ଚାଳନା କରିଛନ୍ତି। କୁହାଯାଉଛି ସଞ୍ଜନା ଦୁନିଆର ଏକମାତ୍ର ଶିଶୁ, ଯିଏ କେବଳ ୧୩ ମିନିଟରେ ଏତେ ସଂଖ୍ୟକ ତୀର ଚାଳନା କରିଛନ୍ତି। କେବଳ ଏତିକି ନୁହେଁ, ସେ ୧୫ ସେକେଣ୍ଡର ଅପ୍-ଡାଉନ୍ ସ୍ଥିତିରେ ମଧ୍ୟ ଏହା କରିଥିଲେ। ଏବେ ସଞ୍ଜନାଙ୍କ ନାଁକୁ ଗିନିଜ୍‍ ବୁକ୍‍ରେ ସ୍ଥାନ ଦେବାର ପ୍ରସ୍ତୁତି ଚାଲିଛି। ସଞ୍ଜନାଙ୍କ ପ୍ରଶିକ୍ଷକଙ୍କ କହିବାନୁସାରେ, ସାଧାରଣତଃ ଜଣେ ଦକ୍ଷ ତଥା ପେସାଦାର ଖେଳାଳି ୪ ମିନିଟ୍‍ରେ ୬ଟି ତୀର ଚଳାଇ ଥାଆନ୍ତି। ଏହାର ଅର୍ଥ ୨୦ ମିନିଟରେ ଜଣେ ପେସାଦାର ତୀରନ୍ଦାଜ ୩୦ଟି ତୀର ଚଳାଇପାରେ କିନ୍ତୁ ଏହି ଶିଶୁ ୧୩ ମିନିଟରେ ୧୧୧ ତୀର ଚାଳନା କରିଛି। ସେ କହିଛନ୍ତି, ସଞ୍ଜନା ଏ କ ଅଦ୍ଭୁତ ରେକର୍ଡ଼ କରିଛନ୍ତିି।

Leave A Reply

Your email address will not be published.

four × 5 =