ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୩,୧୬, ୭୩୨ କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୬୦,୯୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୬୭,୩୨୪କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତମାନ ସୁଦ୍ଧା ୨୪,୦୪, ୫୮୫ ଆକଟିଭ ମାମଲା ରହିଛି ଏବଂ ୫୮,୩୯୦ ଜଣଙ୍କ ମୃତୁ୍ୟ ହୋଇଛି । ମହାରାଷ୍ଟରେ ସର୍ବାଧିକ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬,୮୨,୩୮୩କୁ ବୃଦ୍ଧି ପାଇଥିବା ବେଳେ ୨୨, ୨୫୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ତାମିଲୁନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୯,୩୮୫ ରହିଥିବା ବେଳେ ୬,୫୧୭ ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ବିହାରରେ ମଧ୍ୟ ସଂକ୍ରମଣ ହାର ଅଧିକ ରହିଛି ।

Leave A Reply

Your email address will not be published.

9 + 14 =