ଭୁବନେଶ୍ୱର- ଗତ ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବରରେ କରୋନା ଦାଉ ଅସମ୍ଭାଳ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇ ଟପରେ ରହିଛି ଖୋର୍ଦ୍ଧା । ଏପଟେ ରାଜଧାନୀରେ ମଧ୍ୟ ସ୍ଥିତି ଅସମ୍ଭାଳ । କରୋନାର ଦ୍ରୁତ ସଂକ୍ରମଣ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କରୋନା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆଜିଠାରୁ ସମୀକ୍ଷା ବୈଠକ ଆରମ୍ଭ ହେଉଛି । ଏଥିପାଇଁ ସହରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଏବଂ ଉତର ଏଭଳି ୩ଟି ଜୋନ କରାଯାଇ ବୈଠକ କରାଯିବ । ଏହି ବୈଠକରେ ସରକାରଙ୍କ ବରିଷ୍ଠ ଅଧିକାରୀ ଯୋଗ ଦେଇ ଜନତାଙ୍କ ସହ ଆଲୋଚନା କରିବେ । କରୋନା ନିୟନ୍ତ୍ରଣ ଏବଂ ମୁକାବିଲା ନେଇ ଜନସାଧାରଣଙ୍କୁ ଅବଗତ କରାଯିବ ।