ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୯କୁ ବୃଦ୍ଧି ହୋଇଛି। ୩ ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଳାହାଣ୍ଡି ଜିଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସେହିପରି ରାଜ୍ୟରେ ଆଉ ୩୬୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୮ଓ  ୧୫୫ଜଣ ସ୍ଥାନୀୟ ଅଞ୍ଚଳ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୯୬କୁ ବୃଦ୍ଧି ହୋଇଛି।

Leave A Reply

Your email address will not be published.

three × four =