ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮୪ ଲୋକାଲ କେସ୍ ରହିଛି । ଏ ନେଇ ମହାନଗର ନିଗମ ସୂଚନା ଦେଇଛନ୍ତି । ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫ ଆକ୍ରାନ୍ତ, ଚନ୍ଦ୍ରଶେଖରପୁର ୮, ରିଜର୍ଭ ପୋଲିସ କଲୋନିରୁ ୭, ଦୂରଦର୍ଶନ କଲୋନିରୁ ୫, ମଚେଂଶ୍ୱର ୫, ବରମୁଣ୍ଡା ୫, ଡୁମୁଡୁମା ରଘୁନାଥ ନଗରରୁ ୪, ରସୁଲଗଡ ଜିଜିପି କଲୋନିରୁ ୪, ବଡଗଡ ବ୍ରିଟ କଲୋନିରୁ ୬, ଗଜପତି ନଗର ୪, ବାଣୀବିହାର ପଥରବନ୍ଧରୁ ୩ ଲେକାଲ କେସ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୦୭ରେ ପଂହଚିଥିବା ବେଳେ ୩୬୯୦ ସୁସ୍ଥ ହୋଇଥିବା ବେଳେ ୧୯୮୩ ସକ୍ରିୟ ମାମଲା ରହିଛି ।