କୋଭାକ୍ସିନ ଫେଜ-୩ ଟ୍ରାଏଲ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,: କରୋନା ବିରୋଦ୍ଧରେ ବ୍ୟବହାର ହେଉଥିବା କୋଭାକ୍ସିନ ଟିକା କେତେ ସଫଳ? ତାହା ଜାଣିବା ପାଇଁ ଚାଲିଥିବା ଟିକାର ଫେଜ-୩ ଟ୍ରାଏଲ ରିପୋର୍ଟ ଆଜି ଭାରତ ବାୟୋଟେକ ପକ୍ଷରୁ ଡିସିଜିଆଇ ନିକଟେରେ ଦାଖଲ କରାଯାଇଛି । ଏବେ ଡିସିଜିଆଇର ସବଜେକ୍ଟ ଏକ୍‌ସପର୍ଟ କମିଟି(ଏସଇସି) ଏହାର ଫଳାଫଳ ସମୀକ୍ଷା କରିବ । ଏଥିପାଇଁ ଆଜି କମିଟି ବୈଠକ ବସିବାର ରହିଛି । କୋଭାକ୍ସିନର ଟ୍ରାଏଲ ରିପୋର୍ଟ କୌଣସି ଅନୁମୋଦିତ ଜର୍ଣ୍ଣାଲରେ ପ୍ରକାଶ ପାଇନାହିଁ । କମିଟି ଭଲ ଭାବେ ଏହାର ସମୀକ୍ଷା କରିବା ପରେ କରୋନ ବିରୋଦ୍ଧରେ ଏହା କେତେ ସଫଳ, ତା’ର ରେଜଲ୍ଟ ସର୍ବାଜନୀନ କରାଯିବ । ଅନ୍ୟ ପକ୍ଷରେ ଭାରତ ବାୟୋଟେକ ମଧ୍ୟ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ତଥ୍ୟ ଦାଖଲ ପାଇଁ ବୈଠକ କରିବାର ରହିଛି । ଏହାଦ୍ୱାରା ଆନ୍ତର୍ଜାୟତୀୟ ସ୍ତରରେ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ବାଟ ଫିଟିବ ବୋଲି ଆଶା କରାଯାଇଛି । ସୁଚନାଯୋଗ୍ୟ, ଚଳିତ ମାସରେ କମ୍ପାନୀ କହିଥିଲା ଯେ, ସେମାନେ କୋଭାକ୍ସିନ ଟିକାର ଟ୍ରାଏଲ ରିପୋର୍ଟ ଜୁଲାଇ ମମାସରେ ଜାରୀ କରିବେ । ଏହାପରେ ପୁର୍ଣ୍ଣ କଳାୀନ ଲାଇସେନ୍ସ ପାଇଁ ଆବେଦନ କରାଯିବ । ପ୍ରକୃତରେ ଏହା କରୋନାକୁ କେତେ ମାତ୍ରାରେ ବାଦ ଦେଉଛି ତା’ର ତଥ୍ୟ ଏହି ଫେଜ-୩ ଟ୍ରାଏଲ ରିପୋର୍ଟ ରେ ରହିଛି । ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଫେଜ-୩ ଟ୍ରାଏଲର ଅନ୍ତରୀଣ ରିପୋର୍ଟ ଜାରୀ କରିଥିଲା । ଏଥିରେ କରୋନାକୁ ମାତ ଦେବାରେ କୋଭାକ୍ସିନ ୮୧% ସଫଳ ବୋଲି କୁହାଯାଇଥିଲା । ସେହିପରି ଟିକା ନେବା ପରେ ଯଦି କେହି ସଂକ୍ରମିତ ହୁଅନ୍ତି, ତା’ ହେଲେ ସେ ହସ୍ପିଟାଲରେ ଭର୍ତି ହେବାର ଆଶଙ୍କା ବହୁତ କମ୍ । ଫେଜ-୩ ଟ୍ରାଏଲର ଚୁଡାନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନଥିବା ବେଳେ ଗତ ଗତ ମାସରୁ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି । ୨ରୁ ୧୮ ବର୍ଷ ମଧ୍ୟରେ ପିଲାମାନଙ୍କ ଉପରେ ଟିକାର ଫେଜ-୨/୩ଟ୍ରାଏଲ ହେବ ବୋଳି କମ୍ପାନୀ କହିଛି ।

Leave A Reply

Your email address will not be published.

10 + nineteen =