ଭୁବନେଶ୍ୱର- କୋଭିଡ -୧୯ରେ ପ୍ରାଣ ହରାଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଚାକିରୀ ଶେଷ ହେବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦରମା ଦେବାକୁ ପୋଲିସ ଡିଜି କହିଛନ୍ତି । ଆଜି ସେ ନେଇ ଭିଡିଓ କନଫେରେନ୍ସ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସବୁ ଜିଳ୍ଲାର ଏସପି, ଡିଆଇଜି, ଆଇଜି, ଏଡିଜିପି, ଏଡିଜିପି ସିଆଇଡି-ସିବି, ଡିଆଇ, ଆଇଜିପି, ଏସସିଆରବି ର ନିର୍ଦେଶକ, ଡିଜିପି ପ୍ରମୁଖ ଉପସ୍ଥିତ ରହିଥିଲେ । ରାଜ୍ୟର କେଉଁ ଜିଳ୍ଲାରେ କରୋନା ସ୍ଥିତି କିପରି ରହିଛି ସେହି ଉପରେ ମଧ୍ୟ ଆଲୋଚନା କରିବା ସହ ବିିିଭିନ୍ନ ଦିଗ ଉପେର ଆଲୋଚନା କରିଥିଲେ ।