କୋଭିଡ ନିୟମ ଉଲ୍ଲଘଂନ କରି ୨୮୩୩ ଜଣ ଗଣିଲେ ତଣ୍ଡ


ଭୁବନେଶ୍ୱର- ଦ୍ୱୈତନଗରୀରେ କୋଭିଡ ନିୟମର ସଠିକ ସୁପରିଚାଳନା ହେଉନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିବା ପରେ ସକ୍ରିୟ ହୋଇପଡିଛି କମିଶନରେଟ ପୋଲିସ । କୋଭିଡ ନିୟମ ପାଳନ କରୁନଥିବା , ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧୁନଥିବା ଉଲ୍ଲଘଂନ କାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଗତ ୨୪ ଘଂଟା ମଧ୍ୟରେ ୨୮୩୩ ଉଲ୍ଲଘଂନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଛି । ରାଜଧାନୀରେ ୪୧ଟି ଦୋକାନରେ ତାଲା ପକାଇଛି କମିଶନରେଟ ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ୪ ହଜାର ପାର କରୁଛି । ଯାହାକି ପ୍ରଶାସନର ଚିନ୍ତାର କାରଣ ପାଲଟିଛି । କିଛିଟା ଅମାନିଆଙ୍କ ପାଇଁ ସଂକ୍ରମଣ ହାର ବୃଦ୍ଧି ପାଉଛି । ତେଣୁ ସଂକ୍ରମଣ ହାରରେ ବେକ୍ରେ ଲଗାଇ ପାଇଁ କୋଭିଡ ନିୟମକୁ ଅଧିକ କଡାକଡି କରିବା ପାଇଁ କମିଶନରେଟ ପୋଲିସଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.

nineteen + 16 =