୨୦୨୧ ମସିହା ଆରମ୍ଭ ବେଳକୁ ଦେଶରେ ମିଳିବ କୋଭିଡ-୧୯ ଭ୍ୟାକସିନ


ନୂଆଦିଲ୍ଲୀ- କରୋନାକୁ ନେଇ ଆସିଛି ବଡ ଆଶ୍ୱସ୍ତିର ବିଷୟ । ୨୦୨୧ ମସିହା ଆରମ୍ଭ ବେଳେକୁ କୋଭିଡ-୧୯ ଭ୍ୟାକସିନ ଦେଶରେ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି । ଭ୍ୟାକସିନ ବାହାରିବା ନେଇ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୨୦୨୧ ପ୍ରଥମ ୩ ମାସ ମଧ୍ୟରେ ଏହା ଉପଲ୍ଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ଟିକା ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କୁ ଏହା ଦିଆଯିବ । ଏଥିସହ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ନାଗରିକଙ୍କୁ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

one × four =