ମାଙ୍କଡ଼ଙ୍କ ଦେହରେ ଅକ୍ସଫୋର୍ଡର କୋଭିଡ୍-୧୯ ଟିକା ପ୍ରୟୋଗ

ନୂଆଦିଲ୍ଲୀ:  ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରସ୍ତୁତ କରୋନାଭାଇରସ୍ କୋଭିଡ୍-୧୯ ଟିକା ୬ଟି ମାଙ୍କଡ଼ ମାନଙ୍କ ଦେହରେ ପ୍ରୟୋଗ କରାଯାଇଛି । ଏହି ଟିକା ‘ରକ୍ଷାକାରୀ’ ସାବ୍ୟସ୍ତ ହୋଇଥିବା କଥା ଗୁରୁବାର ଦିନ ଆମେରିକା ଓ ବ୍ରିଟିସ୍ ଗବେଷକମାନେ କହିଛନ୍ତି, ପରୀକ୍ଷଣର ଫଳାଫଳ ଗୁରୁବାର ଦିନ ‘ବାୟୋରିକ୍ସିଭ୍’ରେ ପ୍ରକାଶ ପାଇଛି। ଅକ୍ସଫୋର୍ଡ ଭ୍ୟାକ୍‌ସିନ୍ ଗ୍ରୁପ୍ ଏବଂ ଜେନିର୍ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷଣାକାରୀଙ୍କ ସହ ମିଶି ଏହି  ପରୀକ୍ଷାନିରୀକ୍ଷା କରିଛନ୍ତି । ଏହି ଟିକାରୁ ଗୋଟିଏ ଡୋଜ୍ ନେଇଥିବା କେତେକ ମାଙ୍କଡ଼ମାନଙ୍କ ଶରୀରରେ ୧୪ ଦିନ ମଧ୍ୟରେ ଭୂତାଣୁ ବିରୋଧରେ ରୋଗପ୍ରତିରୋଧକ ଉପାଦାନ ବିକଶିତ ହୋଇଥିଲା। ପୁଣି ଥରେ ଏହି ଭୂତାଣୁର ହାଇ ଡୋଜ୍ ଟିକା ନେବାର ୨୮ ଦିନ ପୂର୍ବରୁ ସମସ୍ତ ମାଙ୍କଡ଼ଙ୍କ ଦେହରେ ରକ୍ଷାକାରୀ ଇମ୍ୟୁନୋଗ୍ଲୋବିନ୍ ସୃଷ୍ଟି ହୋଇସାରିଥିଲା। ଟିକା ନେଇଥିବା ମାଙ୍କଡ଼ମାନଙ୍କୁ ପରେ ଭୂତାଣୁ ସଂସ୍ପର୍ଶରେ ଅଣାଯିବାରୁ ଦେଖାଗଲା ଯେ ସେମାନଙ୍କର ଫୁସ୍‌ଫୁସ୍‌ କ୍ଷୟ ବନ୍ଦ ହେଉଛି। ଫୁସ୍‌ଫୁସ୍‌ରେ ଭୂତାଣୁ ବଂଶ ବିସ୍ତାର କରିପାରୁ ନାହିଁ। କିନ୍ତୁ, ମାଙ୍କଡ଼ମାନଙ୍କ ନାକରେ ଭୂତାଣୁ ବଂଶ ବିସ୍ତାର କରିପାରୁଛି।

Leave A Reply

Your email address will not be published.

eleven − seven =