ଦେଶରେ କମୁଛି ସଂକ୍ରମଣ, ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୬୨,୮୪୮କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୮,୪୫୪ ରେ ପହଞ୍ଚିଛି । ମୃତ୍ୟୁ ହାର ୧.୩୧ ପ୍ରତିଶତ ।
ଦିନକରେ ଆଉ ୬୦,୭୨୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୪,୨୭,୩୩୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୬.୯୨ ପ୍ରତିଶତ । ୫,୩୭,୦୬୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୧.୭୭% ।
୨୪ ଘଣ୍ଟାରେ ୩୬,୫୧,୯୮୩ ଟିକା ନେଇଥିବା ବେଳେ ମୋଟ ୩୩,୨୮,୫୪,୫୨୭ ଟିକା ନେଇ ସାରିଛନ୍ତି । ସାପ୍ତାହିକ ପଜିଟିଭ ହାର ୫% ରୁ କମ ରହିଥିବା ବେଳେ ଏବେ ୨.୬୯% । ଦୈନିକ ପଜିଟିଭ ହାର ୨.୩୪% ରହିଥିବା ବେଳେ ୨୩ ଦିନ ହେବ ଲଗାତାର ୫% ତଳକୁ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Leave A Reply

Your email address will not be published.

11 − six =