କରୋନା ଆକ୍ରାନ୍ତଙ୍କୁ ଦୁଷ୍କର୍ମ କଲେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର


ନୂଆଦିଲ୍ଲୀ- କରୋନାରେ ଆକ୍ରାନ୍ତ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଦୁଷ୍କର୍ମ କରିଥିବା କଥା ସାମ୍ମାନକୁ ଆସିଛି । ଏଭଳି ଘଟଣା ଘଟିଛି କେରଳ ପଟନମିଟା ଜିଳ୍ଲାର ଅରମମୁଲା ଅଂଚଳରେ । ପୋଲିସ ସଂପୃକ୍ତ ତଥ୍ୟ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ମିଳିଥିବା ସୂଚନାଅନୁଯାୟୀ ଗତକାଲିି ମଧ୍ୟରାତ୍ରରେ ଆମ୍ବୁଲାନ୍ସଟି ଏକ କୋଭିଡ ହସ୍ପିଟାଲରୁ ଜଣେ ରୋଗୀଙ୍କୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ଛାଡି ଉକ୍ତ ଯୁବତୀଙ୍କୁ ନେଇ ଅନ୍ୟ ଏକ କୋଭିଡ ହସ୍ପିଟାଲ ଯାଉଥିଲେ । ନିଛାଟିଆ ଜାଗା ଦେଖି ଆମ୍ବୁଲାନ୍ସ ଭିତରେ ଯୁବତୀକୁ ଦୁଷ୍କର୍ମ କରିବାକୁ ଲାଗିଲେ । ତାହା ସହ ଯାହା ବି ଘଟିଥିଲା କାହାକୁ କିଛି ନ କହିବାକୁ ଧମକ ଦେଇଥିଲା । ପରେ ତାକୁ ହସ୍ପିଟାଲରେ ଛାଡିଥିଲା । ପୀଡିତା ଜଣଙ୍କ ଡାକ୍ତରଙ୍କ ପାଖରେ ସବୁକଥା କହିଥିଲେ ଓ ତାଙ୍କର ଡାକ୍ତରୀମଇନା କରାଯାଇଥିଲା । ଫଳରେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲତ ସ୍ପଷ୍ଟ ହୋଇଥିଲା ।

Leave A Reply

Your email address will not be published.

fifteen + 3 =