ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ହେଲେ କୁଶଳେନ୍ଦ୍ର କିଶୋର ଖାଡଙ୍ଗା

ଭୁବନେଶ୍ୱର- କୁଶଳେନ୍ଦ୍ର କିଶୋର ଖାଡଙ୍ଗା ହେଲେ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ । ପୂର୍ବରୁ ସେ ମଂଚେଶ୍ୱର ୱାର୍କଶପଠାରେ ଡେପୁଟି ଚିଫ ମେକାନିକାଲ ଇଞ୍ଜିନିୟର ରହିଥିଲେ । ସେ ଭାରତୀୟ ରେଳସେବା ମେକାନିକାଲ ଇଞ୍ଜିନିୟର କ୍ୟାଡର ୨୦୧୦ ବ୍ୟାଚର ଅଧିକାରୀ । ବିଶାଖାପାଟଣା ସ୍ଥିତ ଡିଜେଲ ଲୋକୋ ସେଡଠାରେ ଶ୍ରୀ ଖାଡଙ୍ଗା ଏଡିଏମଇ ଓ ଡିଏମଇ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଜାପାନାରୁ ଫେରିବା ପରେ ସେ ଖୋର୍ଦ୍ଧାରୋଡ ଡିଭିଜିନ ,ପୁରୀ କୋଚିଂ ଡିପୋ ଏବଂ ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ଟେକ୍ନୋଲୋଜିରେ ନୂତନତ୍ୱ ଆଣିବା ଏବଂ କ୍ରୀଡାରେ ବିଶେଷ ରୁଚି ରହିଛି ।

Leave A Reply

Your email address will not be published.

one × two =