ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଆରମ୍ଭ କରିବାର ସହିତ ଇ-ଗୋପାଳ ଆପ୍ ଶୁଭ ଉଦାଘଟନ କରିବେ । ଏହା କୃଷକଙ୍କୁ ବଜାର ବୃଦ୍ଧି ଓ ବିଭିନ୍ନ ପ୍ରକାର ସୂଚନା ବିଷୟରେ ଅବଗତ କରିବ । ଆତ୍ମନିର୍ଭାର ଶୀଳ ଭାରତ ଯୋଜନା ୨୦୨୦-୨୧ରୁ ୨୦୨୪-୨୫ ପାଇଁ ୨୦,୦୫୦ କୋଟି ଟଙ୍କାର ବିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହାଦ୍ୱାରା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜାନରେ ଦେଶରେ ମାଛ ଚାଷର ବୃଦ୍ଧି ହୋଇପାରିବ । ମାଛ ଚାଷ ପାଇଁ ସବୁଠୁ ଅଧିକ ଅର୍ଥ ବିନିଯୋଗ କରିଛନ୍ତି ପ୍ରଧାନ ମନ୍ତ୍ରୀ । ଇ-ଗୋପାଲ ଆପ ଜରିଆରେ କୃଷକଙ୍କୁ ବିଭିନ୍ନ ବିଷୟରେ ସୂଚନା ଦେବା ସହିତ ପଶୁପକ୍ଷୀଙ୍କ ନୁ୍ୟଟ୍ରେସନ, ସ୍ୱାସ୍ଥ୍ୟ ପରିକ୍ଷା ଓ ସେମାନଙ୍କୁ ଉପଯୁକ୍ତ ମେଡିସିନ ଦେବା ସଂପର୍କରେ ଅବଗତ କରାଇବ । ଏତଦ୍ ବ୍ୟତିତ କୃଷକ ଭାଇ ମାନଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇବ । ଏଥିସହିତ ମୋଦୀ ମାଛ ଉତ୍ପାଦନ କେନ୍ଦ୍ର ବିହାରର ଡ. ରାଜେନ୍ଦ୍ର ପ୍ରସାଦ କେନେ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ଏହି ମତ୍ସ୍ୟ ସମ୍ପଦ ଯୋଜନାରେ ଶୁଭାରମ୍ଭ କରିବେ । ଏହି ଯୋଜନାରେ ଲକ୍ଷ କରାଯାଇଛି ୨୦୨୪-୨୫ ମସିହା ବେଳକୁ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ହୋଇଥିବ ।