ନୂଆଦିଲ୍ଲୀ: ସଂସଦରେ ଚାଲିଛି ବଜେଟ ଉପସ୍ଥାପନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ବଜେଟରେ ଶକ୍ତି କ୍ଷେତ୍ରରେ ବଡ ସଂସ୍କାର ଆଣିବାକୁ ଘୋଷଣା ହୋଇଛି। ତେବେ ଆଉ କ’ଣ ସବୁ ଘୋଷଣା ହୋଇଛି ଜାଣନ୍ତୁ।
- ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା
- ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା
- କାହାଠାରୁ ବିଦ୍ୟୁତ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା
- ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣଙ୍କ ଘୋଷଣା
- ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ
- ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା
- ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ
- ବୀମା କ୍ଷେତ୍ରରେ ୭୪% FDI ପାଇଁ ବଜେଟରେ ଘୋଷଣା
- ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା
- LICରେ ପୁଞ୍ଜିନିବେଶ ପାଇଁ ଆଇପିଓ ଆସିବ
- ୨ଟି ପବ୍ଲିକ ସେର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ
- ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି
- ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି