ରାୟଗଡା- ଘରେ ମାତ୍ର ଗୋଟିଏ ଲାଇଟ କିନ୍ତୁ ବିଦ୍ୟୁତ ବିଲ ଆସିଛି ଏକ ଲକ୍ଷ ୫୫ ହଜାର ଟଙ୍କା । ଏଭଳି ଘଟଣା ରାୟଗଡା ଜିଲ୍ଲା ପାଲୁରୁପାଡୁ ଗ୍ରାମରେ ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଭଳି ବିଲ ଆସିଥିବା ଅଭିଯୋଗ ହୋଇଛି । ସୂଚନାଅନୁଯାୟୀ ହିରାବତୀରଙ୍କ ଘରେ ବିଦ୍ୟୁତ ବିଲ ଗତ ବର୍ଷେ ଧରି ଆସିନଥିଲା । ତେବେ ଘରେ ମାତ୍ର ଗୋଟିଏ ବଲ ଜଳୁଥିବା ବେଳେ ବର୍ଷକ ମଧ୍ୟରେ ଦେଢ ଲକ୍ଷରୁ ଅଧିକ ବିଲ କିପରି ଆସିଲା ତାଙ୍କୁ ନେଇ ଏବେ ପ୍ରଶ୍ନ ଉଠୁଛି । କେବଳ ହିରାବତୀ କାହିଁକି ଗାଁର ରହୁଥିବା ଅନ୍ୟଜଣେ ବାସିନ୍ଦାଙ୍କ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତାଙ୍କ ଘରେ ୮୦ ହଜାର ଟଙ୍କା ବିଲ ଆସିଛି । ଏଭଳି ତ୍ରୁଟି ପୂର୍ଣ୍ଣ ବିଲ ସମ୍ପର୍କରେ ଅଭିଯୋଗ କରିବା ପରେ ଏନେଇ ତଦନ୍ତ କରିବା ସହ ସଂଶୋଧନ କରାଯିବ ବୋଳି ରାୟଗଡା ସାଉଥକୋ ଏସଡିଓ କହିଛନ୍ତି ।