ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଛି । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି ବୋଲି ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଇଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ସେ କୋମାରେ ଅଛନ୍ତି ଓ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ବିଶେଷଜ୍ଞ ଡାକ୍ତରୀ ଦଳ ପ୍ରତି ମୂହୁର୍ତରେ ଅୁନୁଧ୍ୟାନ କରୁଛନ୍ତି । ପ୍ରଣବ ମୁଖାର୍ଜୀଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ଅଗଷ୍ଟ ୧୦ ତାରିଖରେ ମେଡିକାଲରେ ଭର୍ତି ହୋଇଥିଲେ । ଅସ୍ତ୍ରୋପଚାର ପରେ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥରେ ଉନ୍ନତି ଆସି ନଥିଲା । ପୂର୍ବରୁ ତାଙ୍କ କରୋନା ରିପୋର୍ଟ ପଜିଟିଭ ଥିଲା ।

Leave A Reply

Your email address will not be published.

15 + sixteen =