୧୦୫ କିମି ସାଇକେଲ ଚଳାଇ ପୁଅକୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇଲେ ବାପା

ଧାର(ମଧ୍ୟପ୍ରଦେଶ) : ଶିକ୍ଷାର ମୂଲ୍ୟ ବୁଝି ବାପା ନିଜ ପୁଅକୁ ପରୀକ୍ଷା ସେଂଟରରେ ପହଂଚାଇବାକୁ ୧୦୫ କିମି ସାଇକେଲରେ ବସାଇ ନେଉଛନ୍ତି । ଏରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧାରା ଜିଲ୍ଲା ସ୍ଥିତ ଏକ ଗାଁର ଜଣେ ୩୮ ବର୍ଷୀୟ ଗରୀବ ଏବଂ ଅଶିକ୍ଷିତ ବ୍ୟକ୍ତି ନିଜ ପୁଅର ଦଶମ ବୋର୍ଡ ସପ୍ଲିମେଂଟାରୀ ରୀକ୍ଷା ପାଇଁ ତାକୁ ୧୦୫ କିମି ଦୂରରେ ଥିବା ପରୀକ୍ଷାକେନ୍ଦ୍ରକୁ ସାଇକେଲରେ ନେଇ ଛାଡିଥିଲେ । ଶୋଭାରାମ ନାମକ ଏହି ବ୍ୟକ୍ତି ପୁଅ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେମାବର ଦିନ ପ୍ରାୟ ତିନି-ଚାରି ଦିନର ଖାଦ୍ୟ ସାମଗ୍ରୀ ଧରି ଯାତ୍ରା ଆରମ୍ଭ କରିଥିଲେ । ରାତିରେ ଗୋଟିଏ ସ୍ଥାନରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ । ମଙ୍ଗଳବାର ସକାଳୁ ଧାର ସହରରେ ଥିବା ଭୋଗ କନ୍ୟା ବିଦ୍ୟାଳୟରେ ହୋଇଥିବା ପରୀକ୍ଷାକେନ୍ଦ୍ରରେ ସଠିକ ସମୟରେ ପୁଅକୁ ନେଇ ପହଂଚାଇଥିଲେ । ସୂଚନାନୁସାରେ କରୋନା ମହାମାରୀ ପାଇଁ ଗତ କିଛି ମାସରୁ ବସ୍ ସେବା ବନ୍ଦ ରହିଛି । ନିଜ ପିଲାକୁ ପରୀକ୍ଷାକେନ୍ଦ୍ରକୁ ନେବା ପାଇଁ ଏହି ବ୍ୟକ୍ତିଙ୍କ ପାଖରେ କୌଣସି ସାମନ ନ ଥିଲା । ଏହା ସହିତ ଅର୍ଥାଭାବ ଯୋଗୁ ପୁଅ ପାଇଁ କୌଣସି ଗାଡି ଭଡ଼ାରେ ଆଣିବାର ମଧ୍ୟ ସାମର୍ଥ୍ୟ ନ ଥିଲା । ତେବେ ଶୋଭାରାମଙ୍କ କହିବାନୁସାରେ ମୋ ପୁଅର । ଶୋଭାରାମଙ୍କ କହିବାନୁସାରେ, “ମୋ ପୁଅର ଗୋଟିଏ ବର୍ଷ ନଷ୍ଟ ନ ହେଉ, ସେଥିପାଇଁ ଅନ୍ୟ କୌଣସି ଉପାୟ ନ ପାଇ ତାକୁ ସାଇକେଲରେ ଏତେଦୂର ପରୀକ୍ଷାକେନ୍ଦ୍ରକୁ ଆଣିଲି। ପାଠ ପଢି ତା’ର ଭବିଷ୍ୟତ ଉଜ୍ଜ୍ୱଳ ହେବ, ଏହି ଆଶାରେ ତାକୁ ମୁଁ ଏଠାକୁ ଆଣିଛି”।

Leave A Reply

Your email address will not be published.

8 − 1 =