୩ୟ ଥର ପାଇଁ କରୋନା ପଜିଟିଭ୍

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋଙ୍କ ନମୁନା ଆଉ ଥରେ ପରୀକ୍ଷା କରାଯାଇଥିଲା । ଏଥରକ ବି ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛିି । ଜୁଲାଇ ୭ରୁ ଏ ପର୍ଯ୍ୟନ୍ତ ସେ ତିନି ଥର କରୋନା ପଜିଟିଭ ବାହାରିସରିଲେଣି । ବୋଲସୋନାରୋ ହେଉଛନ୍ତି ବିଶ୍ୱର ଏପରି ଏକ ନେତା , ଯିଏକି ପ୍ରଥମରୁ କରୋନାକୁ ଅପପ୍ରଚାର ବୋଲି କହିଆସୁଥିଲେ । କିଛି ପ୍ରଭାବଶାଳୀ ଦେଶ ନିଜର ସ୍ୱାର୍ଥ ସାଧନ ପାଇଁ କରୋନାକୁ ନେଇ ମିଥ୍ୟା ତଥ୍ୟର ପ୍ରଚାର କରାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ସେ ମଧ୍ୟ କରୋନାକୁ ସାଧାରଣ ଫ୍ଲୁ ସହିତ ତୁଳନା କରିଥିଲେ ।

Leave A Reply

Your email address will not be published.

seventeen − 13 =