ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି । ଅଗ୍ନକାଣ୍ଡ ଆଇସିୟୁରେ ନିଆଁ ଲାଗିବା ଦ୍ୱାରା ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ସେଠାରୁ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ତେବେ ଏହା କୋଭିଡ ହସ୍ପିଟାଲ ହୋଇଥିବାରୁ ରୋଗୀମାନଙ୍କୁ ଉଦ୍ଧାର କରିବା ବେଳେ ସମସ୍ତେ ପିପିଇ କିଟ ପିନ୍ଧି ଉଦ୍ଧାର କାର୍ଯ୍ୟ କରିଥିଲେ । ୧୫ରୁ ଅଧିକ ଆମ୍ବୁଲାନ୍ସ ଜରିଆରେ ରୋଗୀଙ୍କୁ ଅନ୍ୟତ୍ର ହସ୍ପିଟାଲକୁ ପଠାଇଥିଲେ । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ , କଟକ ଡିସିପି ଓ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ । ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ୍ ପାଇଁ ହୋଇଥିବା ଜଣାପଡିଛି । ନିଆଁରେ କିଛି କରୋନା ରୋଗୀ ପୋଡିଯାଇ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ ଚିଫ୍ ଫାୟାର ଅଫିସରଭ୍କ ସୂଚନା ଅନୁସାରେ , ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ହୋଇଛି ।ସମସ୍ତ କରୋନା ଆକ୍ରାନ୍ତଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ହସ୍ପିଟାଲରେ ଥିବା ସମସ୍ତ ୧୨୭ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ନିଆଁ କେମିତି ଲାଗିଲା ତାର ତଦନ୍ତ କରି ସତାସତ୍ୟ ସମ୍ନାକୁ ଆଣାଯିବ । ଯଦି ସର୍ଟସର୍କିଯରୁ ନିଆର୍ ଲାଗିଛି ତେବେ କେମିତି ଏହି ସର୍ଟସର୍କିଟ ହେଲା ତାହାର ଯାଂଚ କରାଯିବ ।

Leave A Reply

Your email address will not be published.

one + 20 =