ଭାର୍ଗବୀ ନଦୀରେ ବନ୍ୟା ଜଳ: ଭାସିଗଲା କାଠ ପୋଲ

ପୁରୀ- ଭାର୍ଗବୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ନଦୀ ଉପରେ ଥିବା କାଠ ପୋଲ ଭାସି ଯାଇଛି । ଯାହାଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଛନ୍ନ ହୋଇଛି । ଏହି କାଠ ପୋଲ ବହୁ ପୁରୁଣା । ନୂଆ ପୋଲ ପାଇଁ ୫ ବର୍ଷ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଶେଷ ହୋଇନାହିଁ । ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳକା ଓ ବୈତରଣୀ ବିପଦ ସଂକେତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.

sixteen − two =