ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା, ଆସିପାରେ କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନା ତୃତୀୟ ଲହରକୁ ନେଇ ଆଶଙ୍କାରେ ରାହିଥିବା ବେଳେ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡର ଏହି ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତାହାସହିତ ଏଥିପାଇଁ ଅତ୍ୟନ୍ତ ସତର୍କ ରହିବାର ଆବଶ୍ୟକତା ଥିବା ଲିଣ୍ଡର ଏହି ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତାହାସହିତ ଏଥିପାଇଁ ଅତ୍ୟନ୍ତ ସତର୍କ ରହିବାର ଆବଶ୍ୟକତା ଥିବା ଲିଣ୍ଡର ଶନିବାର ଦିନ କହିଛନ୍ତି । ସେ କହିଛନ୍ତି, ଚତୁର୍ଥ ଲହରରେ କରୋନା ଭୂତାଣୁ ଅଧିକ ସଂକ୍ରାମକ ଏବଂ ଘାତକ ହେବ । ଏପରିକି ତାହା ଉପରେ ଟିକାର ପ୍ରଭାବ ମଧ୍ୟ କାମ କରିନପାରେ । ଏକ ଟ୍ୱିଟେର ସେ କହିଛନ୍ତି, କିଛି ରାଷ୍ଟ୍ରରେ କୋଭିଡ ପ୍ରଭାବ ହ୍ରାସ ପାଉଥିବାରୁ ସେଠାରେ କଟକଣା କୋହଳ କରାଯାଉଛି । ସେହି ସମୟରେ ଏହି ଭୂତାଣୁ ନିଜର ରୂପ ବଦଳାଇବା ସହିତ ଅଧିକରୁ ଅଧିକ ଘାତକ ହେବାରେ ଲାଗିଛି ଏବଂ ବିଭିନ୍ନ ରାଷ୍ଟ୍ରରେ ଏହାର ଯେଉଁ ଭାରିଆଂଟ ଘାତକ ହେବାରେ ଲାଗିଛି ଏବଂ ବିଭିନ୍ନ ରାଷ୍ଟ୍ରରେ ଏହାର ଯେଉଁ ଭାରିଆଂଟ ଠାବ କରାଯାଉଛିଳ ସେ କ୍ଷେତ୍ରରେ ଟିକା ମଧ୍ୟ କିଛି କାମ କରିନପାରେ । ଏଥିରେ ସେ ଡେଲ୍‌ଟା ଭାରିଆଂଟର ଉଦାହରଣ ଦେଇଛନ୍ତି । ସେଥିପାଇଁ ପୂର୍ଣ୍ଣ ସତର୍କ ନରହିଲେ କୋଭିଡ ମୁକାବିଲା କ୍ଷେତ୍ରରେ ଯାହା କିଛି ସଫଳତା ହାସଲ କରାଯାଇଛିଳ ତାହା ପାଣିଫାଟିଯିବ ବୋଲି ସେ କହିଛନ୍ତି । ଲିଣ୍ଡର କହିଛନ୍ତି, ବିଭିନ୍ନ ରାଷ୍ଟ୍ର ମଧ୍ୟରୁ ଗସ୍ତକୁ ନେଇ ରହିଥିବା କଟକଣା ଉଠାଇବା ଏକ ସହଜ ନିଷ୍ପତି ନୁହେଁ । ଏହା ବହୁ ଭାବିଚିନ୍ତି ନେବାକୁ ପଡିବ । ଏଭଳି ସ୍ଥିତିରେ ନିଜ ଦେଶର ନାଗରିକଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ ତାହା ଦେଖିବା ଦାୟିତ୍ୱ ଭୂତାଣୁ ବିଶାରଦ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର । ସୂଚନାଯୋଗ୍ୟ ଯେ କରୋନା ଭୂତାଣୁର ଡେଲଟା ଭାରିଆଂଟ ଭାରତରେ ମୁଖ୍ୟତଃ ଠାବ କରାଯାଇଥିବା ବେଳେ ଏବେ ତାହା ପୁଣି ନିଜ ରୂପ ବଦଳାଇ ଡେଲଟା ପ୍ଲସରେ ପରିଣତ ହୋଇଛି ଏବଂ କିଛି ରାଜ୍ୟରେ ଏହି ଭାରିଆଂଠକୁ ଠାବ କରାଯାଇଛି ।

Leave A Reply

Your email address will not be published.

3 × three =