ଗ୍ଲେନମାର୍କ ପକ୍ଷରୁ ଖୁସି ଖବର

ନୂଆଦିଲ୍ଲୀ : କରୋନା ମହାମାରି ସହ ସାରା ବିଶ୍ୱ ଯୁଝି ହେଉଥିବା ବେଳେ ମେଡିସିନ୍ କଂପାନୀ ଗ୍ଳେନମାର୍କ ପକ୍ଷରୁ ଆସିଛି ଏକ ଖୁସି ଖବର । ସାମାନ୍ୟ ଓ ମଧ୍ୟମ ଧରଣର କରୋନା ରୋଗୀଙ୍କ ଉପରେ ଆଟିଂଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ-୩ ସକରାତ୍ମକ ପ୍ରଭାବ ପକାଉଥିବାର ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଘୋଷଣା କରିଛି । ସୂଚନା ଅଧାରରେ ୧୫୦ ଜଣ କରୋନା ରୋଗୀଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା, ଏହାର ଫଳାଫଳ ଏବେ ସକରାତ୍ମକ ଆସିଛି । ସାମାନ୍ୟ ମେଡିସିନ ତୁଳନାରେ ଫାବିପିରାଭିର ୨୯ ପ୍ରତିଶତ ଅଧିକ ଦୃତରେ କାମ କରୁଛି । ଏହି ମେଡିସିନ୍ ଖାଉଥିବା ଆକ୍ରାନ୍ତଙ୍କ ଶରୀରରୁ ଭାଇରାଲ ରୋଗ ଭଲ ହେଉଛି , ଯାହାକି ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ସ୍ପଷ୍ଟ ହୋଇଛି । ଗ୍ଲେନମାର୍କ ଫାଭିପିରାଭିର କ୍ଲିନିକାଲ ଟ୍ରାଏଲରେ ସାମିଲ ହୋଇଥିବା ରୋଗୀମାନଙ୍କୁ ସାଧାରଣ ଚିକିତ୍ସା ସହ ୧୪ ଦିନ ଯାଏ ଫାଭିପିରାବିର ଟ୍ୟାବଲେଟ୍ ଦିଆଯାଇଛି ।

Leave A Reply

Your email address will not be published.

15 + 1 =