ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା’ ନେଇଗଲେ ହରିବଂଶ

ନୂଆଦିଲ୍ଲୀ: ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ହୋଇ ଧାରଣାରେ ବସିଥିବା ୮ ଜଣ ରାଜ୍ୟସଭା ସାଂସଦଙ୍କ ପାଇର୍ ନିଜେ ମଙ୍ଗଳବାର ସକାଳେ ଚା ଏବଂ ଜଳଖିଆ ନେଇ ଯାଇଥିଲେ ଉପାଧ୍ୟାକ୍ଷ ହରିବଂଶ ସିଂହ । ରାଜ୍ୟସଭା ଉପାଧ୍ୟାକ୍ଷ ନୁହେଁ ବରଂ ସହଯୋଗୀ ଭାବରେ ଆସିଥିଲି ବୋଲି ହରିବଂଶ କହିଛନ୍ତି । ତେବେ ବିରୋଧୀ ୮ଜଣ ସାଂସଦ ଚା କିମ୍ବା ଜଳଖିଆ ଖାଇନଥିବା ସୂଚନା ରହିଛି । ହରିବଂଶଙ୍କ ଏଭଳି ବ୍ୟବହାରକୁ ଆଜି ସମସ୍ତେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏହା ପ୍ରେରଣାଦାୟକ , ଜଣେ ଷ୍ଟେଟସମେନର ଆଚରଣ । ହରିବଂଶଙ୍କ ଆଚରଣ ବିହାରର ମାନବିକତା ଏବଂ ଆଚରଣକୁ ଦର୍ଶାଉଛି । ଏଭଳି ଆଚରଣ ପ୍ରତ୍ୟେକ ଗଣତନ୍ତ୍ର ପ୍ରେମୀକୁ ଗର୍ବିତ କରିବ । କିଛି ଦିନ ପୂର୍ବରୁ ଯେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଅପମାନିତ କରିଥିଲେ ଆଜି ସେଇମାନଙ୍କୁ ନିଜର ଭାବି ଚା’ ନେଇଯିବା ଏହା ହିଁ ହରିବଂଶଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଛି । ହରିବଂଶ ଜରେ ନମ୍ର ଏବଂ ଏକ ବଡ ହୃଦୟର ବ୍ୟକ୍ତି ବୋଲି ମୋଦି କହିଛନ୍ତି । ବିରୋଧୀ , ବିରୋଧୀ ସାଂସଦମାନେ ମଧ୍ୟ ରାଜ୍ୟସଭାର ଉପାଧ୍ୟକ୍ଷ ଏଭଳି ଆଚରଣକୁ ପ୍ରଶଂସା କରିଛନ୍ତି ।ସରକାରଙ୍କ ତରଫରୁ ମଧ୍ୟ କେହି ତାଙ୍କ କଥା ବୁଝିନଥିବା ଆନେ୍ଦାଳନରତ ସାଂସଦ କହିଛନ୍ତି । ହେଲେ ଅନେକ ବିରୋଧୀଦଳ ନେତା ତାଙ୍କ ବିଷୟରେ ପରିବାରକୁ ଏବଂ ଦେଖା କରିବାକୁ ଆସିଥିଲେ ବୋଲି ସେମାନେ କହିଛନ୍ତି । ଏହି ପ୍ରଦର୍ଶନ ଜାରି ରହିବ ବୋଲି କଂଗ୍ରେସ ସାଂସଦ ରିପୁନ୍ ବୋରା କହିଛନ୍ତି । ରବିବାର ରାଜ୍ୟସଭାରେ କୃଷି ବିଲ୍ ପାରିତ ହେବା ବେଳେ ଉପାଧକ୍ଷ ଆସନ ପାଖକୁ ଆସି ବିରୋଧୀ ହଙ୍ଗାମା କରିଥିଲେ । ଯାହାକୁ ନେଇ ଗୃହର ଅଧ୍ୟକ୍ଷ ତଥା ରାଷ୍ଟ୍ରପତି ଭେଙ୍କେୟା ନାଇଟୁ କ୍ଷୁବ୍ଧ ହୋଇ ନିୟମ ଅନୁଯାୟୀ ୮ଜଣ ସାଂସଦକୁ ସପ୍ତାହେ ପାଇଁ ନିଲମ୍ବନ କରିଛନ୍ତି । ଏହାପରେ ସେମାନେ ଧାରଣାରେ ବସିଛନ୍ତି । ଇତି ମଧ୍ୟରେ ବିରୋଧୀଙ୍କ ଦ୍ୱାରା ହରିବଂଶଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି । ତେବେ ସଂସଦରେ ଯେଉଁଭଳି ବିରୋଧୀ ଆଚରଣ ଦେଖାଇଲେ ତାହା ତାଙ୍କୁ ମର୍ମାହତ କରିଛି ବୋଲି ହରିବଂଶ କହିଛନ୍ତି । ଏହାକୁ ନେଇ ସେ ଦିନିକିଆ ଉପବାସ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.

12 − 9 =