ବିକ୍ରି କମିଲା , କ୍ଷତି ବଢ଼ିଲା -ଭାରତ ଛାଡିଲା ହାର୍ଲେ ଡେଭିଡ଼ସନ

ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡୁଛି । କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତି ନେଇଛି । ଏହାଫଳରେ ଦୋରେ ହାର୍ଲେ ଭେିଡଡ଼ସନର ଗାଡି ଆଉ ଉତ୍ପାଦନ ହେବ ନାହିଁ । ବର୍ତମାନ ସମୟରେ କମ୍ପାନୀ ଭାରତରେ ଏହାର ଉତ୍ପାଦନ କ୍ରମଶଃ କମ୍ କରି ଆସୁଛି । ବାଇକ ମୂଲ୍ୟ ଅତ୍ୟାଧିକ ରହିବା , ତ୍ରୁଟିପୂର୍ଣ୍ଣ ବଜାର ରଣନୀତି ସହ ଭୁଲ ଉତ୍ପାଦ ଡିଜାଇନ ଏସବୁର ମୁଖ୍ୟ କାରଣ ହୋଇଛି । ଦିନକୁ ଦିନ କମ୍ପାନୀର ବ୍ୟବସାୟିକ କ୍ଷତି ବଢ଼ିବାରେ ଲାଗିଥିବାବେଳେ ପ୍ରିମିୟମ ମୋଟର ସାଇକେଲ କ୍ଷେତ୍ରରେ ବଜାର ଅାଂ ହ୍ରାସ ଘଟିବାରେ ଲାଗିଛି ।ଫଳରେ ଦୀର୍ଘ ୧୧ବର୍ଷ ପରେ କମ୍ପାନୀକୁ ଏଭଳି କଠୋର ନିଷ୍ପତି ନେବାକୁ ପଡୁଛି । ଅନ୍ତଜାତୀୟ ବ୍ୟବସାୟ ପୁନର୍ଗଠନ ଯୋଜନାର ଅଂଶସ୍ୱରୂପ ଏହି ନିଷ୍ପତି ନେଇଥିବା କମ୍ପାନୀ ପକ୍ଷରୁ ଶୁକ୍ରବାର କର୍ମଚାରୀମାନଙ୍କୁ କୁହାଯାଇଥିଲା । ଅଗଷ୍ଟରେ ହାର୍ଲେ ଡେଭିଡ଼ସନ କ୍ଷତି ହେଉଥିବା ଏହାର କେତେକେ ବଜାର ଛାଡିବାକୁ ନିଷ୍ପତି ନେଇଥିଲେ । କମ୍ପାନୀ ସମ୍ପ୍ରତି ଆମେରିକା, ୟୁରୋପ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ତାର କାରବାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଚାର କରୁଛି । ୨୦୧୬-୧୭ରେ ଭାରତରେ କମ୍ପାନୀର ବାଇକ ଉପôାଦନ ୧୧,୭୩୫ୟୁନିଟରୁ ୨୦୨୦-୨୧ରେ ୪୫୩୩ ୟୁନିଟକୁ ହ୍ରାସ ପାଇଛି । ସେହିଭଳି ୨୦୧୬-୧୭ରେ ଭାରତରେ କମ୍ପାନୀର ବାଇକ ବିକ୍ରି ୪୭୦୮ ୟୁନିଟକୁ ଖସିଆସିଛି ।

Leave A Reply

Your email address will not be published.

6 + 16 =