ଉତରପ୍ରଦେଶ- ହାଥରସରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଥିବା କଥା ମନରୁ ଲିଭି ନଥିବା ବେଳେ ପୁଣି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ହାଥରସରୁ ୫୦୦ କିମି ଦୂରରେ ଥିବା ବଳରାମପୁର ଗାଁର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅପରାଧୀଙ୍କୁ ପୋଲିସ ଗିରଫ କରିଛି । ମିଳିଥିବା ସୂଚନାଅନୁଯାୟୀ ମଙ୍ଗଳବାର ଦିନ ଝିଅ କଲେଜକୁ ଆଡମିଶନ କରିବାକୁ ଯାଇ ଆଉ ଘରକୁ ଫେରିନଥିଲା । ଘରକୁ ଫେରିବାର ବିଳମ୍ବ ହେବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଝିଅକୁ ପାଇନଥିଲେ । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଯୁବତୀ ରକ୍ସାରେ ଘରକୁ ଆସିଥିଲା । ଅଭିଯୁକ୍ତମାନେ ତାଙ୍କୁ ରିକ୍ସାରେ ପଠାଇଛନ୍ତି ବୋଲି ସୂଚନା ମିଳିଛି । ଦୁବୃତ ମାନେ ଯୁବତୀ ଜଣଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିଲେ । ଏପରିକି ତା ଗୋଡ ମଧ୍ୟ ଭାଙ୍ଗି ଦେଇଥିଲେ । ଘରେ ପଂହଚିବା ପରେ ଝିଅ ଠିକ ସେ ଛିଡା ହୋଇପାରୁନଥିଲା କି ଠିକ ସେ କଥା କହି ପାରୁନଥିଲା । ପୋଟରେ ବହୁତ ଯନ୍ତ୍ରଣା ଅନୁଭବ କରିବାରୁ ଝଅକୁ ଲକ୍ଷେ୍ନø ହସ୍ପଟାଲକୁ ନିଆଯାଉଥିଲା । କିନ୍ତୁ ଅଧାବଡରେ ସେ ଆଖି ବୁଜି ଦେଇଥିଲା । ପୋଲିସ ମୃତ୍ୟୁ ଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହାପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା । ତେବେ ଯୁବତୀଙ୍କ ହାତ ଓ ଗୋଡ ଭଙ୍ଗା ଯାଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡି ନାହିଁ ପୋଲିସ କହିଛି ।