ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହାର ପ୍ରଭାବରେ ୨୩ ଜିଲ୍ଲାକୁ ବର୍ଷା, ଝଡତୋଫାନ ନିମନ୍ତେ ସର୍ତକ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ କେନ୍ଦ୍ର । ବଲାଙ୍ଗିର, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ଅନୁଗୁଳ, ଦେବଗଡରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି ।