ଚୀନରୁ ଆମଦାନୀ ହୋଇପାରିବନି ରଙ୍ଗୀନ ଟିଭି

ନୂଆଦିଲ୍ଲୀ: ଚୀନରୁ ଭାରତ ରଂଗୀନ ଟିଭି ଆମଦାନୀ ଉପରେ ମୋଦୀ ସରକାର କଟକଣା ଲାଗୁ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଲା ଘରୋଇ ଟିଭି କଂପାନୀକୁ ପ୍ରୋତ୍ସାହନ ଦେବା ଏବଂ ଚୀନରୁ ଜିନିଷ ପତ୍ର କମ୍ କିଣିବା । ଏହି କଟକଣା ୩୬ ସେଂଟିମିଟର ଠାରୁ ୧୦୫ ସେଂଟିମିଟରରୁ ଅଧିକ  ଏବଂ ସ୍କ୍ରିନର ଆକାର ରଂଗୀନ ଟିଭି ସହିତ ୬୩ ମିଟରରୁ କମ ସ୍କ୍ରିନର ଆକାର ଏଲସିଡି ଟିଭି ସେଟ ଉପରେ ଲଗାଯାଇଛି । ଭାରତକୁ ଟିଭି ରପ୍ତାନୀ କରୁଥିବା ଦେଶ ମାନଙ୍କ ମଧ୍ୟରେ ଚୀନ୍, ଭିଏତନାମ, ମାଲେସିଆ, ହଙ୍ଗକଙ୍ଗ, କୋରିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଜର୍ମାନୀ ସାମିଲ ଅଛି । ଭାରତ ୨୦୧୯-୨୦ ରେ ୭୮.୧ କୋଟି ଡଲାର ମୂଲ୍ୟର ରଂଗୀନ ଟିଭି ଆମଦାନୀ କରିଥିଲା ।

Leave A Reply

Your email address will not be published.

4 × 2 =