ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଏହି ମହାମାରୀ କାହାର ଜୀବନ ଛଡାଇ ନେଉଛି ତ କାହାର ଜୀବିକା । ତେବେ ଏହି ମହାମାରୀ ସମୟରେ ନିଜର ଚାକିରି ହରାଇ ପରିବା ବିକ୍ରି କରୁଛନ୍ତି ମହାରାଷ୍ଟ୍ରର ଏକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଭୋସଲ ନାମକ ଜଣେ ଫୁଟବଲ ପ୍ରଶିକ୍ଷକ । କରୋନା ମହାମାରୀ ପାଇଁ କ୍ରିଡା ଅଧିକ ପ୍ରଭାବିତ ହୋଇଛି । ଅଧିକାଂଶ କ୍ରୀଡା କାର୍ଯ୍ୟକଳାପ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସ୍ଥଗିତ ଥିବାବେଳେ ବିଦ୍ୟାଳୟରେ ଶିକ୍ଷା ଦାନ ନହୋଇ ଅନଲାଇନ୍ ମାଧ୍ୟମରେ ହେଉଛି । ଏପରି ପରିସ୍ଥିରେ, ଶାରୀରିକ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବଂ କ୍ରୀଡା ପ୍ରଶିକ୍ଷକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୋସଲେଙ୍କୁ ଦୁଇମାସ ପୂର୍ବରୁ ଚାକିରି ଛାଡିବାକୁ କୁହାଯାଇଥିଲା ।